ଭୁବନେଶ୍ୱର ଏମ୍‌ସ ପାଚେରୀ ଭୁଶୁଡ଼ି ୩ ଆହତ

ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଛନ୍ତି

ଭୁବନେଶ୍ୱର ଏମ୍‌ସ ପାଚେରୀ ଭୁଶୁଡ଼ି ୩ ଆହତ

ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରେ ଦୁଇ ଜଣ ଏମ୍‌ସ ହାଉସ୍‌ କିପିଂ ଷ୍ଟଫ୍‌ ଅଛନ୍ତି। ବର୍ଷା ସମୟରେ ପାଚେରୀ ପାଖ ଦୋକାନରେ ଆଶ୍ରୟ ନେଇଥିଲେ। ଠିକ୍‌ ସେହି ସମୟରେ ପାଚେରୀଟି ଭୁଶୁଡ଼ି ପଡ଼ିଥିଲା।

ଏମ୍‌ସ ଧର୍ମଶାଳା ପାଚେରୀକୁ ଲାଗି ରହିଥିଲା ଗୋଟିଏ ଦୋକାନ। ଲଗାଣ ବର୍ଷା ଯୋଗୁ ସେହି ଦୋକାନରେ କିଛି ଲୋକ ଆଶ୍ରୟ ନେଇଥିଲେ। ହଠାତ୍‌ ପାଚେରୀଟି ଭୁଶୁଡ଼ି ଦୋକାନ ଉପରେ ପଡ଼ିଥିଲା। ଦୋକାନ ଭିତରେ ଥିବା ଏମ୍‌ସର ଦୁଇ ହାଉସ୍‌ କିପିଂ ଷ୍ଟାଫ୍‌ ଓ ଦୋକାନୀ ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍‌ସ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ୧୦ରୁ ୧୨ ଫୁଟ୍‌ ଲମ୍ୱର ପାଚେରୀ ଭାଙ୍ଗିଥିବା ଜଣାପଡ଼ିଛି।