ପଞ୍ଚଭୂତରେ ବିଲୀନ ହେଲେ ସରୋଜ ଦାସ
ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି।

ସିକିମ୍ରେ ବାଦଲଫଟା ବର୍ଷାରୁ ସୃଷ୍ଟ ପ୍ରଳୟଙ୍କାରୀ ବନ୍ୟାରେ ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଦୀଘି ପଞ୍ଚାୟତର କେନ୍ଦୁଢ଼ିପସ୍ଥିତ ଗାଁ ମଶାଣିରେ ଶନିବାର ଦିନ ସନ୍ଧ୍ୟାରେ ସହିଦ ଯବାନ ସରୋଜ ଦାସଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି।
ମରଶରୀରରେ ସହିଦଙ୍କ ଦାଦାଙ୍କ ପୁଅ ରାକେଶ କୁମାର ଦାସ ମୁଖାଗ୍ନି ଦେଇଛନ୍ତି। ମଶାଣିରେ ସହିଦଙ୍କ ଚିତା ଜଳୁଥିବା ବେଳେ ପରିବାର ଲୋକ, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ବଜନ, ପ୍ରଶସଂକ, ଶୁଭେଚ୍ଛୁ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ହଜାର ହଜାର ଲୋକଙ୍କ ଆଖିରୁ ଲୁହ ବାହାରି ପଡୁଥିଲା।
ଡିସେମ୍ବରରେ ଆସିବେ ବୋଲି ସ୍ବାମୀ କହିଥିଲେ। କିନ୍ତୁ ଏମିତି ଘଟିବ ବୋଲି ଜାଣିନଥିଲି। ସ୍ବାମୀ ଗୋଟେ ପରୀକ୍ଷା ଦେବାର ଥିଲା। କହିଥିଲେ- ପଦୋନ୍ନତି ପାଇଲା ପରେ ଦିନେ ସାରା ଭାରତ ତତେ ସାଲ୍ୟୁଟ୍ ମାରିବ। କିନ୍ତୁ ଏମିତି ଘଟିବ ବୋଲି ଜାଣିନଥିଲି।
-ସହିଦ ସରୋଜଙ୍କ ପତ୍ନୀ ଲୋପାମୁଦ୍ରା