ପରଲୋକ ରେ ବରିଷ୍ଠ ଉପ ପ୍ରବନ୍ଧକ ରବିନ୍ଦ୍ର ଶୁକ୍ଳା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ପୁର୍ବତନ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ରବିନ୍ଦ୍ର ଶୁକ୍ଳା ଙ୍କ ଗତ ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍ପିଟାଲରେ ପରଲୋକ ହୋଇ ଯାଇଛି

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ପୁର୍ବତନ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ରବିନ୍ଦ୍ର ଶୁକ୍ଳା ଙ୍କ ଗତ ମଙ୍ଗଳବାର ଦିନ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ସ୍ଵର୍ଗତ ରବିନ୍ଦ୍ର ଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେବ କିଡନୀ ରୋଗରେ ପୀଡିତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ରବିବାର ଦିନ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ସ୍ଵର୍ଗତ ରବିନ୍ଦ୍ର ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲେ । ତେବେ ଉକ୍ତ ଆପୋଲୋ ହସ୍ପିଟାଲରେ ରବିନ୍ଦ୍ର ଙ୍କ ଅସ୍ତ୍ରୋପଚାର କରାଯାଇଥିଲେ ସୁଦ୍ଧା ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା । ତେବେ ଡାକ୍ତର ତାଙ୍କୁ ୭୨ଘଣ୍ଟା ଅବଜରଭେସନ୍ ରେ ରଖିଥିଲେ ସୁଦ୍ଧା ସ୍ଵାସ୍ଥ୍ୟ ଅବସ୍ଥା ରେ କୌଣସି ସୁଧାର ଆସିନଥିଲା ।
ତେବେ ସ୍ଵାସ୍ଥ୍ୟ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବା ପରେ ଶେଷରେ ମଙ୍ଗଳ ବାରର ଦିନ ୧୧ଟା ୪୫ ମିନିଟ୍ ରେ ସ୍ଵର୍ଗତ ରବିନ୍ଦ୍ର ଇହଧାମ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ରବିନ୍ଦ୍ର ଙ୍କ ଧର୍ମପତ୍ନୀ ଓ ପୁତ୍ର ଓ କନ୍ୟା ସନ୍ତାନ ଙ୍କ ସମେତ ଅନ୍ୟାନ୍ୟ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ପରେ ସ୍ଵର୍ଗତ ରବିନ୍ଦ୍ର ଙ୍କ ମରଶରୀରକୁ ତାଙ୍କ ସୌଭାଗ୍ୟ ନଗର ସ୍ଥିତ ବାସଭବନକୁ ଅଣା ଯାଇଥିଲା । ସେଠାରେ ତାଙ୍କୁ ଶେଷ ଦର୍ଶନ ପାଇଁ ବ୍ୟାଙ୍କ କର୍ମଚାରୀ ଓ ବନ୍ଧୁ ପରିଜନ ମାନେ ଉପସ୍ଥିତ ରହି ରବିନ୍ଦ୍ର ଙ୍କ ମରଶରୀର ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ତାଙ୍କ ପ୍ରାର୍ଥୀବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା ।
ତେବେ ସ୍ଵର୍ଗତ ରବିନ୍ଦ୍ର ଜଣେ ମେଳାପୀ , ମିଷ୍ଟଭାଷୀ, ଓ ଆମାୟିକ ବ୍ୟକ୍ତିତ୍ଵ ଥିଲେ । ତାଙ୍କର ଧର୍ମପତ୍ନୀ ଙ୍କ ସମେତ ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ସେ ବନ୍ଧୁ ପରିଜନ ହୁଅନ୍ତୁ ବା କେହି ନିଜର ସହକର୍ମୀ ଯାହାର କିଛି ସୁବିଧା ହେଉ ବା ଅସୁବିଧା ହେଉ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ଯାଉଥିଲେ । ଯେଉଁଥିପାଇଁ ତାଙ୍କ ସାଙ୍ଗ ସାଥି ମହଲରେ ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ । ତେବେ ତାଙ୍କର ଏପରି ଅକାଳ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।