ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭୁଟାନ ଗସ୍ତ ସ୍ଥଗିତ

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭୁଟାନ ଗସ୍ତ ସ୍ଥଗିତ

ଖରାପ ପାଣିପାଗ ଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୁଟାନ ଭ୍ରମଣ ସ୍ଥଗିତ କରାଯାଇଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଦୀ ମାର୍ଚ୍ଚ ୨୧-୨୨ ତାରିଖରେ ଭୁଟାନ ଭ୍ରମଣରେ ଯାଇଥାନ୍ତେ। ହେଲେ ସେଠାରେ ପାଣିପାଗ ଖରାପ ଯୋଗୁ ଭ୍ରମଣ ବାତିଲ କରାଯାଇଛି। ଆଗାମୀ ଗସ୍ତ ସମ୍ପର୍କରେ ଖୁବ୍ ଶୀଘ୍ର ଘୋଷଣା କରାଯିବ।

ଏନେଇ ଉଭୟ ଦେଶର ଦୂତାବାସ ପକ୍ଷରୁ ବିଚାରବିମର୍ଷ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। 

ମାର୍ଚ୍ଚ ୨୧-୨୨ ରେ ପ୍ରଧାନମନ୍ତ୍ରୀ ମୋଦୀ ଭୁଟା ଭ୍ରଣରେ ଯାଇ ସେଠାକାର ରାଜା ଜିଗମେ ଖେସର ନାମଗ୍ୟାଲ୍ ୱାଙ୍ଗଚକ୍ ଏବଂ ତାଙ୍କ ପିତା ଜିଗମେ ସିଙ୍ଗ୍ୟେ ୱାଙ୍ଗଚକ୍ (ଭୁଟାନର ପୂର୍ବତନ ରାଜା) କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଭୁଟାନର ପ୍ରତିପକ୍ଷ ଶେରିଙ୍ଗ ଟୋବଗେଙ୍କ ସହ ମଧ୍ୟ ଆଲୋଚନା କରିଥାନ୍ତେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ବିବୃତ୍ତି ଜାରି କରାଯାଥିଲା। ଏଥିରେ କୁହାଯାଇଥିଲା ଯେ ଏହି ଗସ୍ତ ଭାରତ ଏବଂ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନପ୍ରଦାନର ପରମ୍ପରା ଏବଂ ସରକାରଙ୍କ 'ପଡୋଶୀ ପ୍ରଥମ ନୀତି' ଆଧାରରେ ହେବ। 

ସେପଟେ ପ୍ରଧାନମନ୍ତ୍ରୀ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡୋମୀର ଜେଲେନ୍ସ୍କିଙ୍କ ସହ ଆଲୋଚନା କରିଛନ୍ତି। ଲୋକସଭା ନିର୍ବାଚନ ପରେ ଉଭୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ସୂଚନା ମିଳିଛି।