ଡେପୁଟି କଲେକ୍ଟର ଙ୍କୁ ଆକ୍ରମଣ କରିଥିବା ବାଲି ମାଫିଆ ଗିରଫ
ଡେପୁଟି କଲେକ୍ଟର ଙ୍କୁ ଆକ୍ରମଣ କରିଥିବା ବାଲି ମାଫିଆ ଗିରଫ

ଭୁବନ ଅଞ୍ଚଳର କୁଖ୍ୟାତ ବାଲି ମାଫିଆ କୁ ସ୍ଥାନୀୟ ପୋଲିସ ଗତ କାଲି ରାତି ଗିରଫ କରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ , ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ପିଣ୍ଟୁଆ ବେହେରା ଗତ ୯ ମାସ ପୂର୍ବେ କାମାକ୍ଷାନଗର ଡେପୁଟି କଲେକ୍ଟର ମଦନ ମୋହନ ଜେନା ଓ ତାଙ୍କ ଟିମ୍ ଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଗତକାଲି ରାତି ନୂଆହାଟ ଠାରେ ଅପେରା ଦେଖୁଥିବା ବେଳେ ଏ ସମ୍ପର୍କରେ ଖବର ପାଇ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସଦଳବଳେ ପିଣ୍ଟୁଆ କୁ ଗିରଫ କରି ଥାନାକୁ ଆଣିଥିଲେ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପିଣ୍ଟୁଆ ନାମରେ ୯ ମାସ ପୂର୍ବେ କେସ ନମ୍ବର ୪୪୨/୨୦୨୨ ରେ ମାମଲା ରୁଜ୍ଜୁ ହୋଇଥିଲା ।ଡେପୁଟି କଲେକ୍ଟର ଙ୍କୁ ଆକ୍ରମଣ କରିଥିବା ବାଲି ମାଫିଆ ଗିରଫ
ଭୁବନ ୧୦.୮- ଭୁବନ ଅଞ୍ଚଳର କୁଖ୍ୟାତ ବାଲି ମାଫିଆ କୁ ସ୍ଥାନୀୟ ପୋଲିସ ଗତ କାଲି ରାତି ଗିରଫ କରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ , ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ପିଣ୍ଟୁଆ ବେହେରା ଗତ ୯ ମାସ ପୂର୍ବେ କାମାକ୍ଷାନଗର ଡେପୁଟି କଲେକ୍ଟର ମଦନ ମୋହନ ଜେନା ଓ ତାଙ୍କ ଟିମ୍ ଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଗତକାଲି ରାତି ନୂଆହାଟ ଠାରେ ଅପେରା ଦେଖୁଥିବା ବେଳେ ଏ ସମ୍ପର୍କରେ ଖବର ପାଇ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସଦଳବଳେ ପିଣ୍ଟୁଆ କୁ ଗିରଫ କରି ଥାନାକୁ ଆଣିଥିଲେ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପିଣ୍ଟୁଆ ନାମରେ ୯ ମାସ ପୂର୍ବେ କେସ ନମ୍ବର ୪୪୪/୨୦୨୨ ରେ ମାମଲା ରୁଜ୍ଜୁ ହୋଇଥିଲା ।