ହାୱଡା- ମୁମ୍ବାଇ ମେଲ ଏକ୍ସପ୍ରେସ୍ ଦୁର୍ଘଟଣା: ୨ ଯାତ୍ରୀ ମୃତ, ୨୫ରୁ ଅଧିକ ଗୁରୁତର

ମୃତ ଯାତ୍ରୀ ରାଉରକେଲା ବାସିନ୍ଦା ହୋଇଥିବା ସୂଚନା ମିଳିଛି : ଏକାଧିକ ଟ୍ରେନ୍ ବାତିଲ୍

ହାୱଡା- ମୁମ୍ବାଇ ମେଲ ଏକ୍ସପ୍ରେସ୍ ଦୁର୍ଘଟଣା: ୨ ଯାତ୍ରୀ ମୃତ, ୨୫ରୁ ଅଧିକ ଗୁରୁତର

ଝାଡଖଣ୍ଡ ରାଜଖରସୁଆଁଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହାୱଡା – ମୁମ୍ବାଇ ମେଲ ଏକ୍ସପ୍ରେସ୍ ଘଟଣାରେ ଉଦ୍ଧାର ହୋଇଛି ୨ ଯାତ୍ରୀଙ୍କ ମୃତହେଦ । ୨ ମୃତକ ରାଉରକେଲା ବାସିନ୍ଦା ବୋଲି ସୂଚନା ରହିଛି । ଅନ୍ୟ ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ରେଲୱେ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ସୋମବାର ରାତି ପାଖାପାଖି ସାଢେ ୩ଟା ସମୟରେ ହାୱଡା – ମୁମ୍ବାଇ ମେଲ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇ ପାଖ ଟ୍ରାକରେ ଛିଡା ହୋଇଥିବା ମାଲବାହୀ ଟ୍ରେନ ସହ ପିଟି ହୋଇଥିଲା । ଘଟଣାସ୍ଥ୍ଳରେ ତୁରନ୍ତ ରେଲୱେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାମ କରିଥିଲେ । ଏବଂ ଅନ୍ୟ ସମସ୍ତ ଯାତ୍ରୀଙ୍କ ସୁରକ୍ଷିତ ଭାବେ ଚକ୍ରଧରପୁର ରେଲୱେ ଷ୍ଟେସନରେ ନେଇ ପହଞ୍ଚାଇଥିଲେ ।

ଦୁର୍ଘଟଣା ପରେ ୫ଟି ଟ୍ରେନକୁ ପୂର୍ଣ୍ଣ ଭାବେ ଓ ୪ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଥିବା ନେଇ ସୂଚନା ରହିଛି ।

ମୃତ ଯାତ୍ରୀ ରାଉରକେଲା ବାସିନ୍ଦା ହୋଇଥିବା ସୂଚନା ମିଳିଛି 

ସୂଚନା ମୁତାବକ, ହାୱଡା-ଟିଟିଲାଗଡ- କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍, ଖଡଗପୁର-ଧାନବାଦ ଏକ୍ସପ୍ରେସ୍, ହାୱଡା- ବଡବିଲ ହାୱଡା ଏକ୍ସପ୍ରେସ୍, ଟାଟାନଗର- ଇଟୱାରୀ , ସାଲିମାର-ଏଲଟିଏଫ୍ ଏକ୍ସପ୍ରେସ୍ ଓ ହାୱଡା- ଭୁବନେଶ୍ୱର- ହାୱଡା ଜନଶତାବ୍ଦୀକୁ ବାତିଲ କରାଯାଇଛି ।

ବାତିଲ ହୋଇଥିବା ଟ୍ରେନ୍:
ହାଓଡ଼ା-ଟିଟିଲାଗଡ଼-କେବିଜୋର ଇସ୍ପାତ ଏକ୍ସପ୍ରେସ୍ (୨୨୮୬୧)
ଖଡ଼ଗପୁର-ଝାଝା-ଧନେଶ୍ୱର (୦୮୦୧୫/୧୮୦୧୯)
ହାଓଡ଼ା-ବରୁଣୀ-ହାୱଡ଼ା ଜନ ଶତାବ୍ଦୀ (୧୨୦୨୧/୧୨୦୨୨)
ଅଳ୍ପ ସମୟ ପାଇଁ ଅଟକିଥିବା ଟ୍ରେନ୍:
ରାଉରକେଲାରେ ବରୁଣୀ-ଟାଟା (୧୮୧୧୪)
ଚକ୍ରଧରପୁରରେ ଏର୍ଣ୍ଣାକୁଲମ-ଟାଟା (୧୮୧୯୦)
ହାଓଡ଼ା-ଚକ୍ରଧରପୁର (୧୮୦୧୧) ଆଦିତ୍ୟପୁର
ଗତିପଥ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍‌:
ହାଓଡ଼ା-ମୁମ୍ବାଇ ସିଏସ୍ଟି ଦୁରନ୍ତୋ ଏକ୍ସପ୍ରେସ୍‌ (୧୨୨୬୨)କୁ ଖଡ଼ଗପୁର-ଭୁବନେଶ୍ୱର ମାର୍ଗରେ
ହାଓଡ଼ା-ପୁଣେ ଏକ୍ସପ୍ରେସ୍ (୧୨୧୩୦)କୁ ସିନି-ଖଣ୍ଡୱା-ପ୍ରୟାଗରାଜ-ଇଟାୱା-ନୂଆଦିଲ୍ଲୀ-ରୋହତକ ରୁଟ୍ରେ
ହାଓଡ଼ା-ଜମାଲପୁର (୧୮୦୦୫)କୁ ଚନ୍ଦନପୁର-ମୁରି-ଇଟାୱା-ରୋହତକ ମାର୍ଗରେ
ହାଓଡ଼ା-ଆନନ୍ଦ ବିହାର ଟର୍ମିନାଲ (୧୨୮୩୪)କୁ ଚନ୍ଦନପୁର-ପ୍ରୟାଗରାଜ-ଇଟାୱା-ରୋହତକ ମାର୍ଗରେ
ପୁରୀ-ଯିନରକ (୧୮୪୭୭)କୁ ଚନ୍ଦନପୁର-ବିଜୁରା-ଗୋମୋହ ମାର୍ଗରେ
ଲୋକମାନ୍ୟ ତିଲକ ଟର୍ମିନାସ-ସାମଲି (୧୮୦୨୯)କୁ ରାଉରକେଲା-ଇଟାୱା-ପ୍ରୟାଗରାଜ-ଟାଟା ମାର୍ଗରେ
ଛତ୍ରପତି ଶିବାଜୀ ଟର୍ମିନାସ-ହାୱଡ଼ା (୧୨୮୫୯): ରାଉରକେଲା-ଇଟାୱା-ପ୍ରୟାଗରାଜ-ଟାଟା ମାର୍ଗରେ


ବଦଳିଲା ଏହି ଟ୍ରେନ୍‌ର ରୁଟ୍ :
ପୁଣେ-ହାୱଡ଼ା (୧୨୧୦୧)
ଲୋକମାନ୍ୟ ତିଲକ ଟର୍ମିନାସ-ହାୱଡ଼ା (୧୨୧୨୯)
ଛତ୍ରପତି ଶିବାଜୀ ଟର୍ମିନାସ-ହାୱଡ଼ା (୧୨୮୦୯)
ଲୋକମାନ୍ୟ ତିଲକ ଟର୍ମିନାସ-ହାୱଡ଼ା (୧୮୦୨୯)
ଛତ୍ରପତି ଶିବାଜୀ ଟର୍ମିନାସ-ହାୱଡ଼ା (୧୨୮୫୯)
ଆନନ୍ଦବିହାର ଟର୍ମିନାସ-ହାୱଡ଼ା (୧୨୮୩୩)
ସିଏସଏମଟି-ହାୱଡ଼ା (୧୨୨୬୧)
ଲୋକମାନ୍ୟ ତିଲକ ଟର୍ମିନାସ-କୋଏମ୍ବାଟୁର (୨୨୫୧୧)