ପ୍ରତି ୫ ବର୍ଷରେ ସରକାର ବଦଳାଇବାକୁ କହିଲେ ରାଷ୍ଟ୍ରପତି

କେନ୍ଦ୍ର ସରକାରକୁ ବଦଳାଇବା ପାଇଁ ପରାମର୍ଶ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ତଥା ଆମର ପ୍ରିୟ ଗଣନାୟକ । ସାଧାରଣତନ୍ତ୍ର ଦିବସ (ଜାନୁଆରି ୨୬) ପୂର୍ବଦିନ ସନ୍ଧ୍ୟାରେ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ବହୁତ ଉପାଦେୟ ପରାମର୍ଶ ଦେଇଛନ୍ତି ଯାହାକୁ ବିଚକ୍ଷଣତାର ସହିତ ବୁଝିବାକୁ ହେବ । ମହାମହିମଙ୍କ ଅଭିଭାଷଣର ସାରାଂଶ ହେଉଛି, ଯୁଗ ପରିବର୍ତନ କରିବାର ସମୟ ଉପନୀତ ।
ଏବେ ଆମେମାନେ ଅମୃତ କାଳର ପ୍ରଥମ ପାହାଚରେ ଠିଆ ହୋଇଛୁ । ଆମକୁ ଦ୍ୱିତୀୟ, ତୃତୀୟ, ଚତୁର୍ଥ ପାହାଚ ଚଢ଼ିବାକୁ ପଡ଼ିବ । ଆମ ଆଗରେ ସଫଳତାର ଶୀର୍ଷକୁ ଯିବା ପାଇଁ ତିଆରି କରାଯାଇଥିବା ପାହାଚ ଶ୍ରେଣୀକୁ ଅତିକ୍ରମ କରିବା ପାଇଁ ଆମକୁ ସାମ୍ବିଧାନିକ କର୍ତବ୍ୟ କରିବାକୁ ହେବ (ମତଦାନ କରିବାକୁ ପଡ଼ିବ) ।ଗଣତନ୍ତ୍ରର ମୌଳିକ ଭାବନାକୁ ଜାବୁଡ଼ି ଧରି ଯୋଉ ୧୪୦ କୋଟି ଜନତା ଭାରତରେ ବସବାସ କରୁଛନ୍ତି । ସେମାନେ ଏକଜୁଟ ହୋଇ ବିଜେପି ମେଂଟ ସରକାରକୁ କ୍ଷମତାଚ୍ୟୁତ କରି ଆଉ ଏକ ଶକ୍ତିଶାଳୀ ମେଂଟକୁ କ୍ଷମତାସୀନ କରନ୍ତୁ ।ସୁବିଧାବାଦୀ ପାରିବାରିକ ରାଜନୀତିକୁ ଆଦୌ କ୍ଷମତାସୀନ କରନ୍ତୁନି । ଅଭାବୀ ଭୋଟରଙ୍କ ଜୀବନ ଓ ଜୀବିକାକୁ ଲାଭଖୋର ଶିଳ୍ପପତିଙ୍କ କଂଚାମାଲ ବିଚାର କରୁଥିବା ରାଜନୈତିକ ଦଳ ବା ମେଂଟକୁ କେବେ ଆପଣମାନଙ୍କ ବିଧାତା ବୋଲି ଭାବନ୍ତୁନି ।
ଏତିକି ବୁଝିଯାନ୍ତୁ, ଆପଣମାନେ ଯୋଉ ଦଳ ବା ମେଂଟକୁ ଆପଣଙ୍କର ଶୁଭାକାଂକ୍ଷୀ ମଣୁଛନ୍ତି, ସେହି ଦଳ ବା ମେଂଟ କେବେ ଆପଣଙ୍କର ଭଲ କଥା ଚିନ୍ତା କରୁ ନଥିଲା । ଅତଏବ ସେହି ମେଂଟକୁ ସରକାର ଗଠନ କରିବାର ସୁଯୋଗ ଦେଲେ ସେ ଆପଣଙ୍କ ରକ୍ତମାଂସ ହାଡ଼କୁ ଝୁଣି ଖାଇଯିବ ।ଗଣତନ୍ତ୍ରରେ ନିର୍ଦ୍ଦିଷ୍ଟ ଦଳ ବା ମେଂଟକୁ କ୍ରମାଗତ କ୍ଷମତାସୀନ କରିବା ବଦଳରେ ଥରକୁ ଥର କ୍ଷମତାସୀନ କରନ୍ତୁ ।ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଠିକ ଭାବରେ ବୁଝନ୍ତୁ ଓ ଆପଣଙ୍କ ଭାଗ୍ୟ ଭବିଷ୍ୟତ ବାଟ ତିଆରି କରନ୍ତୁ ।