ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ସୁପର୍ କପ୍ ଫୁଟବଲ

ଆଇକନିକ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆଉ ଏକ ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଜା ନେଇପାରିବେ କ୍ରୀଡ଼ାପ୍ରେମୀ

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ସୁପର୍ କପ୍ ଫୁଟବଲ

ଆଇକନିକ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆଉ ଏକ ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଜା ନେଇପାରିବେ କ୍ରୀଡ଼ାପ୍ରେମୀ। ଆଜିଠାରୁ କଳିଙ୍ଗରେ ଆରମ୍ଭ ହେଉଛି ଘରୋଇ ଫୁଟବଲର ଆଉ ଏକ ଅଗ୍ରଣୀ ଟୁର୍ଣ୍ଣାମେଣ୍ଟ – ସୁପର୍ କପ୍ ର ଚତୁର୍ଥ ସଂସ୍କରଣ । ଏ ବର୍ଷଠାରୁ ଟୁର୍ଣ୍ଣାମେଣ୍ଟର ନାଁ ପରିବର୍ତ୍ତନ କରାଯାଇଛି। ଏଣିକି ଏହା କଳିଙ୍ଗ ସୁପରକପ୍ ନାଁରେ ଖେଳାଯିବ । ଆଜିଠୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଉଛନ୍ତି। ଇଣ୍ଡିଆନ ସୁପରଲିଗର ସମସ୍ତ ୧୨ଟି ଦଳ ସହ ଆଇ ଲିଗର ଚାରିଟି ଦଳ କଳିଙ୍ଗ ସୁପର କପରେ ଅଂଶଗ୍ରହଣ କରୁଛନ୍ତି । ଉଦଘାଟନୀ ମ୍ୟାଚ ଇଷ୍ଟବେଙ୍ଗଲ ଏଫସି ଓ ହାଇଦ୍ରାବାଦ ଏଫସି ମଧ୍ୟରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ପ୍ରତି ଗ୍ରୁପରେ ଶୀର୍ଷ ସ୍ଥାନ ହାସଲ କରିବା ଦଳ ସେମିଫାଇନାଲକୁ ଉନ୍ନୀତ ହେବେ । ଚଳିତମାସ ୨୮ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ।

ଗତଥରର ଚାମ୍ପିୟନ ଓଡ଼ିଶା ଏଫସି ଟାଇଟଲ ବଜାୟ ଲକ୍ଷ୍ୟରେ ଖେଳିବ । ଦଳ ଏଥର ଗ୍ରୁପ୍ ‘ଡି’ରେ ଗୋଆ ଏଫସି , ବେଙ୍ଗାଳୁରୁ ଏଫସି ଓ ଇଣ୍ଟର କାଶୀ କ୍ଳବ ସହ ସ୍ଥାନ ପାଇଛି । ଆସନ୍ତା ୧୨ ତାରିଖରେ ଇଣ୍ଟର କାଶୀ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡ଼ିଶା ଏଫସି ।