ଆର ପାରିରେ ଓଡ଼ିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ
ଚାଲିଗଲେ ଶାନ୍ତି ବାରିକ୍
ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଏନେଇ ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା ଦେଇଛନ୍ତି । ଓଡିଆ ସଙ୍ଗୀତ ଜଗତରେ ବେଶ ଲୋକପ୍ରିୟ ଥିଲେ ଶାନ୍ତିଲତା I ଦୀର୍ଘଦିନ ହେଲା ଗଳା କର୍କଟ କାରଣରୁ ସେ ଚିକିତ୍ସିତ ହୋଉଥିଲେ। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି।
ଶାନ୍ତିଲତା ବାରିକ ଛୋଟରାୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଜୀବନ କାଳ ଭିତରେ ଅନେକ ଲୋକପ୍ରିୟ ଜଗନ୍ନାଥ ଭଜନ ଗାଇଛନ୍ତି। ୨୦୧୧ ମସିହାରେ ସେ ଅସୁସ୍ଥ ହୋଇପଡ଼ିଥିଲା। ହେଲ୍ଥ୍ ଚେକ୍ଅପ୍ ପରେ କ୍ୟାନ୍ସର ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ଏହା ପରଠାରୁ ତାଙ୍କର ନିୟମିତ ଚେକଅପ ଚାଲି ଆସୁଥିଲା I ୨୦୨୨ ମସିହାରେ ପୁଣି ଥରେ ଅସୁସ୍ଥ ହୋଇପଡ଼ିଥିଲେ ଶାନ୍ତିଲତା ବାରିକ। ତେଣୁ ପରିବାର ଲୋକେ ତାଙ୍କୁ ପୁଣି ଥରେ ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲ୍ ନେଇଥିଲେ। ଚିକିତ୍ସା ପରେ ୨୦୨୩ ସେପ୍ଟେମ୍ୱର ମାସରେ ଘରକୁ ଫେରିଥିଲେ। ତା’ପରେ ଓଡ଼ିଶାର ବିଭିନ୍ନ ମେଡ଼ିକାଲ୍ରେ ଚିକିତ୍ସିତ ହେଉଥିଲେ। ନିୟମିତ ମେଡ଼ିସିନ୍ ଖାଉଥିଲେ। ତେବେ ଆଜି ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।








