ଅବତରଣ କରିବା ବେଳେ ଜଳିଗଲା ବିମାନ
ଅବତରଣ କରିବା ବେଳେ ବିମାନରେ ଲାଗିଲା ନିଆଁ । ଏହି ଦୁର୍ଘଟଣା ଟୋକିଓ ବିମାନ ବନ୍ଦରରେ ଘଟଣାଟି ଘଟିଛି ।

ଅବତରଣ କରିବା ବେଳେ ବିମାନରେ ଲାଗିଲା ନିଆଁ । ଏହି ଦୁର୍ଘଟଣା ଟୋକିଓ ବିମାନ ବନ୍ଦରରେ ଘଟଣାଟି ଘଟିଛି । ଏହି ଦୁର୍ଘଟଣା ଘଟିବାର କାରଣ କ'ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାପାନର ନ୍ୟୁଜ୍ ଏଜେନ୍ସି NHK ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି ।
NHK ଅଧିକାରୀଙ୍କ ସୂଚନା ଅନୁସାରେ, ଅବତରଣ କରିବା ସମୟରେ ବିମାନଟି ଅନ୍ୟ ଏକ ବିମାନ ସହିତ ଧକ୍କା ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।
NHK ମିଡିଆ ଏହି ଘଟଣାର ଫୁଟେଜ ମଧ୍ୟ ପ୍ରକାଶ କରିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ବିମାନର ଝରକା ଏବଂ ଏହାର ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳୁଛି ।
ଜାପାନ ଗଣମାଧ୍ୟମ ଅନୁଯାୟୀ, ନିଆଁ ଲାଗିଥିବା ବିମାନର ସଂଖ୍ୟା JAL 516 ଥିଲା ଏବଂ ଏହି ବିମାନ ହକ୍କାଇଡୋରୁ ଉଡ଼ାଣ ଭରିଥିଲା । ଜାପାନ ଟାଇମ୍ସ ଅନୁଯାୟୀ ମୋଟ 367 ଜଣଙ୍କୁ ବିମାନରୁ ସୁରକ୍ଷିକ ବାହର କରାଯାଇଛି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏଥି ସହିତ ଜାପାନ କୋଷ୍ଟଗାର୍ଡ କହିଛି ଯେ ଯାତ୍ରୀବାହୀ ବିମାନ ସହିତ ଧକ୍କା ହେବା ପରେ ପାଇଲଟଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି ।