ଏମିତି ବି ଦିନ ଆସିବ ଯେ ଘରୁ ଘରୁ ବିରୋଧ ଆରମ୍ଭ ହେବ ଓ ସେତେ ବେଳେ ଗିରଫ କରି ରଖିବା ପାଇଁ ଜେଲ କମ ପଡିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ଯ ସରକାରଙ୍କୁ ସମାଲୋଚନା କରି ଏହି ଚେତାବନୀ ଦେଇଛନ୍ତି ଆପଣଙ୍କ ଜେଲ୍ କମ୍ ପଡ଼ିଯିବ, ରାବଣ ଦୁର୍ଯ୍ୟୋଧନ ଅହଂକାର ତିଷ୍ଠିବନି । ରାଜ୍ୟରେ ସିଷ୍ଟମ୍ ଫେଲ୍ ଆଡକୁ ଯାଉଛି, ଲ ଲେସନେସ୍ ଆଡକୁ ଯାଉଛି

ଏମିତି ବି ଦିନ ଆସିବ ଯେ ଘରୁ ଘରୁ ବିରୋଧ ଆରମ୍ଭ ହେବ ଓ ସେତେ ବେଳେ ଗିରଫ କରି ରଖିବା ପାଇଁ ଜେଲ କମ ପଡିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇବା ସାଙ୍ଗକୁ ନବୀନ ସରକାରଙ୍କ ୨୩ ବର୍ଷ ଶାସନ କାଳର ପୂର୍ତ୍ତି ଅବସରରେ ତାତ୍ସଲ୍ୟ ଢଙ୍ଗରେ ଶୁଭେଚ୍ଛା ଦେଇଛନ୍ତି ।

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ।

ସେଦିନର ଦୃଶ୍ୟ ସମସ୍ତେ ଦେଖିଛନ୍ତି ।

କେମିତି ଅନେକ ପୁଲିସ କର୍ମୀ ପୁଲିସ ଡ୍ରେସରେ ନଥାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡ଼ ମାରିଛନ୍ତି,

କିଛି ପୁଲିସ ଜୋତା ଖୋଲି ମାରୁଥିଲେ ଏସବୁ ଭିଡ଼ିଓରୁ ଆଇନଶୃଙ୍ଖଳା କେମିତି ଅଛି ତାହା ସ୍ପଷ୍ଟ ହୋଇପଡୁଛି ।

ଏହି ଶାସନ ବ୍ୟବସ୍ଥା ପାଇଁ କୃତଜ୍ଞ ବୋଲି କହିବା ସାଙ୍ଗକୁ ଆଗାମୀ ଦିନରେ ଏମିତି ବିରୋଧ ଘରୁ ଘରୁ ଆରମ୍ଭ ହେବ ସେତେ ବେଳେ ଜେଲ କମ ପଡିବ ବୋଲି କହିଛନ୍ତି ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ‘ଆପଣଙ୍କ ରାବଣ, ଦୁର୍ଯ୍ୟୋଧନ ଅହଂକାର ଗଣତନ୍ତ୍ରରେ ତିଷ୍ଠିବନି । ଆନ୍ଦୋଳନ ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୩୦୭ରେ ଜେଲ୍ ପଠାଯାଇଛି । ଦେଶ ବିରୋଧୀଙ୍କୁ ବିରୋଧ କରିବାରୁ ABVP ପିଲାଙ୍କୁ ଜେଲ୍ ପଠାଯାଇଛି । ଏଭଳି କାମ ଇଷ୍ଟଇଣ୍ଡିଆ କଂପାନୀ କରୁଥିଲା, ଆଉ ଏବେ ଆପଣ କରୁଛନ୍ତି । କୋର୍ଟ, କଚେରୀ ଦେଖାଇ ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି । ରାଷ୍ଟ୍ରବାଦୀ ବିଚାରକୁ ଆପଣ ନାଲିଆଖି ଦେଖାଇବାକୁ ସ୍ୱାଗତ କରୁଛୁ । ଆପଣଙ୍କ ଜେଲ୍ କମ୍ ପଡ଼ିଯିବ, ରାବଣ ଦୁର୍ଯ୍ୟୋଧନ ଅହଂକାର କେବେ ବି ତିଷ୍ଠିନି କି ତିଷ୍ଠିବନି । ରାଜ୍ୟରେ ସିଷ୍ଟମ୍ ଫେଲ୍ ଆଡକୁ ଯାଉଛି, ଲ ଲେସନେସ୍ ଆଡକୁ ଯାଉଛି’ କହିଛନ୍ତି ଧର୍ମେନ୍ଦ୍ର ।

ଏହା ପୂର୍ବରୁ ବିଜେଡି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଅଭିଯୋଗ ଆଣି ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ସଂଖ୍ୟା ଗଣାଇ ପଞ୍ଚାୟତରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଥିଲା ବିଜେପି । ଭୁବନେଶ୍ୱରଠୁ ନେଇ ବାଲେଶ୍ୱର, ସାଲେପୁରରୁ ନେଇ ତେଲକୋଇ । ରାଜ୍ୟର ବ୍ଲକ୍ ଗୁଡ଼ିକୁ ଭ୍ରଷ୍ଟାଚାରର ଗନ୍ତାଘର କରାଯାଇଥିବା ଏବଂ ପ୍ରତି ବର୍ଷ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫ ହଜାର କୋଟିର ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ୩୧୪ ବ୍ଲକ ଆଗରେ ବେକରେ କଳାପଟି ପିନ୍ଧି ଏମିତି ଗର୍ଜିଥିଲେ ବିଜେପିର ନେତା, କର୍ମୀ ।

ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲେ । କହିଥିଲେ ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି । ଏଥିସହ ନିଜ ଅପାରଗତା ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ଡରି ଯାଇ ବିଜେପିକୁ ଦୋଷ ଦେଉଛନ୍ତି ବୋଲି କହିଥିଲେ ସମୀର ।

୨୪ ନିର୍ବାଚନକୁ ଦେଖି ବିଜେଡି ସରକାର ବିରୋଧରେ ଜୋରଦାର ହମଲା ଆରମ୍ଭ କରିଦେଇଛି ବିଜେପି । ମୁଖ୍ୟ ଅସ୍ତ୍ର ସାଜିଛି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନବ ହତ୍ୟା, ଶାସନର ବିଭିନ୍ନ କ୍ଷେତ୍ରରେ ପୁଳା ପୁଳା ଦୁର୍ନୀତି ଓ ଚାଷ ଏବଂ ଚାଷୀ ସମସ୍ୟା ।