ଗଣେଶ ପୂଜା ଚାନ୍ଦା ନ ଦେବାରୁ ଘରେ ନିଆଁ ଲଗାଦେଲେ ଦୁର୍ବୃତ୍ତ

ଗଣେଶ ପୂଜା ଚାନ୍ଦା ନ ଦେବାକୁ ନେଇ ସମ୍ବଲପୁର ସହରରେ କିଛି ଦୁବୃର୍ତ୍ତ ଉନ୍ମତକାଣ୍ଡ ଭିଆଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଅଭାବନୀୟ ଘଟଣା ଘଟାଇଛନ୍ତି ।
ଅଭିଯୋଗ ଅନୁସାରେ ଦୁର୍ଗାପାଲି ଅଞ୍ଚଳର ଜୟନ୍ତ ମେହେର ଗତକାଲି ପୂଜା ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତ୍ତ୍ଯକ୍ତ ହୋଇ କିଛି ଯୁବକ ଗୁରୁବାର ଭୋର ସମୟରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
ଏନେଇ କ୍ଷେତରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଖୋଜା ଯାଉଛି।