ଥରେ ନୁହଁ ବାରମ୍ବାର ପାଦ ରଖିବି
ବିଶ୍ୱକପ ଟ୍ରଫିରେ ପାଦ ଦେବା ନେଇ ଟ୍ରୋଲର ଶିକାର ହୋଇଥିବା ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ଏକ ଅଜବ ବିବୃତ୍ତି ଦେଇଛନ୍ତି।

ବିଶ୍ୱକପ ଟ୍ରଫିରେ ପାଦ ଦେବା ନେଇ ଟ୍ରୋଲର ଶିକାର ହୋଇଥିବା ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ଏକ ଅଜବ ବିବୃତ୍ତି ଦେଇଛନ୍ତି।
ମାର୍ଶ କହିଛନ୍ତି ଯେ ବିଶ୍ୱକପ ଟ୍ରଫିରେ ପାଦ ଦେବା ଅସମ୍ମାନ ନୁହେଁ ଏବଂ ସେ ପୁଣି ଥରେ ଏପରି କରିପାରନ୍ତି । ଷଷ୍ଠ ଥର ବିଶ୍ୱକପ ଜିତିବା ପରେ ଏହି ଅଷ୍ଟ୍ରେଲୀୟ ଖେଳାଳି ଟ୍ରଫି ଉପର ପାଦ ରଖି ଫଟୋ ଉଠାଇଥିଲେ ।
ମାର୍ଶ 'ସେନ୍ ରେଡିଓ'କୁ କହିଥିଲେ,' ଏହି ଫଟୋରେ ଆପତ୍ତିଜନକ କିଛି ନାହିଁ। ମୁଁ ସେତେ ଅଧିକ ଭାବି ନାହିଁ । ସୋସିଆଲ ମିଡିଆ ମୁଁ ମଧ୍ୟ ଦେଖି ନାହିଁ ଯେତେବେଳେ ସମସ୍ତେ ମୋତେ କହୁଛନ୍ତି । ମୋତେ ଜଣା ନାହିଁ ଏହା ଉପରେ ଏକ ବିବାଦ ଉପୁଜିଛି । ସେ ପୁଣି ଏପରି କରିବେ କି ବୋଲି ପ୍ରଶ୍ନରେ ମାର୍ଶ କହିଛନ୍ତି, 'ସତ କହିବାକୁ ଗଲେ ବୋଧହୁଏ ହଁ।' ମାର୍ଶଙ୍କ ଏହି କାର୍ଯ୍ୟ ଭାରତୀୟ ପ୍ରଶଂସକଙ୍କ ପାଇଁ ଘୃଣ୍ୟ ଥିଲା।
ଦ୍ରୁତ ବୋଲର ମହମ୍ମଦ ଶାମି କହିଥିଲେ, 'ଏହି ଟ୍ରଫି ପାଇଁ ବିଶ୍ୱର ସମସ୍ତ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଆପଣ ଏହି ଟ୍ରଫିକୁ ମୁଣ୍ଡରେ ରଖିବାକୁ ଚାହୁଁଥିଲେ । ସମାନ ଟ୍ରଫିରେ ପାଦ ରଖିଥିବା ଦେଖି ମୁଁ ଦୁଃଖିତ ।
ମାର୍ଶ କହିଛନ୍ତି, ' ଯେଉଁ ଖେଳାଳିଙ୍କୁ ଏଠାରେ ରୋକିବାକୁପ ପଡ଼ିଛି ସେମାନଙ୍କ ପାଇଁ ନିଷ୍ଠୁରତା। ଆମକୁ ସମ୍ମାନ କରିବାକୁ ପଡିବ ଯେ ଆମେ ଅଷ୍ଟ୍ରେଲିଆ ପାଇଁ ଖେଳୁ ଏବଂ ଭାରତ ବିପକ୍ଷ ସିରିଜ୍ ବଡ ଅଟେ । କିନ୍ତୁ ଏହାର ମାନବିକ ଦିଗ ହେଉଛି ଯେ ଆମେ ବର୍ତ୍ତମାନ ବିଶ୍ୱକପ ଜିତିଛୁ ଏବଂ ଘରକୁ ଯାଇ ପରିବାର ସହ ଉତ୍ସବ ପାଳନ କରିବାକୁ ଚାହୁଁଛୁ।